୧୨ ନ° ଓ୍ବାର୍ଡରେ ଜୟନ୍ତୀ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

0

ଭୁବନେଶ୍ବର, ୨/୪(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନମ୍ବର ୱାର୍ଡରେ ନିର୍ବାଚିତ ବିଜେଡି କର୍ପୋରେଟର ଜୟନ୍ତୀ ସାହୁଙ୍କୁ ୱାର୍ଡବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ସପ୍ତମ ବାଟାଲିଅନ ମହିଳା ସଂଘ, ଗଜପତି ନଗର ମହିଳା ସମିତି, ଦାସରଜା ସାହି ବସ୍ତି, ସାମନ୍ତପୁରୀ, ପାତ୍ର ସାହି ବସ୍ତିର ଲୋକମାନେ, ଶ୍ରୀମତୀ ସାହୁଙ୍କ ବାସଭବନରେ ପହଞ୍ଚି ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ଗାଡକଣ ଯୁବକ ସଂଘର ସଦସ୍ୟ ଜଗଦିଶ ପାତ୍ର, ସିଦ୍ଧାର୍ଥ ଅଶ୍ୱୀନଜିତ୍ ପାତ୍ର, ରଶ୍ମିରଞ୍ଜନ ପାତ୍ର, ଲଳିତ ଜେନା, ସିପୁନ୍ ପାତ୍ର, ଶିବଶଙ୍କର ପାତ୍ର, ସରୋଜ କୁମାର ନାୟକ ଓ ମନୋଜ ମାଣିକ ପ୍ରମୁଖ ଶ୍ରୀମତୀ ସାହୁ ଏବଂ ତାଙ୍କ ସ୍ୱାମୀ ପ୍ରଶନ୍ନ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନୀଳକଣ୍ଠ ଲାଇବ୍ରେରୀ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଓଡିଶା ସେବକ ସଂଘ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । କର୍ପୋରେଟର ହେବା ପୂର୍ବରୁ ପ୍ରଶନ୍ନ ସାହୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହିତ ଲୋକମାନଙ୍କର ପ୍ରିୟ ଭାଜନ ହୋଇଛନ୍ତି । ସେ ବାବୁ ଭାଇ ଟିମ୍ ମାଧ୍ୟମରେ ଯୁବକ ମାନଙ୍କୁ ଏକାଠି କରି କଲୋନୀ ଠାରୁ ବସ୍ତି ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ଅସୁବିଧାରେ ଲୋକମାନଙ୍କ ପାଖରେ ପହଞ୍ଚି ସେବା ଯୋଗାଇ ଆସିଛନ୍ତି ।

Leave A Reply

Your email address will not be published.